ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଅଙ୍ଗନବାଡି କର୍ମୀଙ୍କ ପାଇଁ ଖୁସି ଖବର । ଓଡିଶାରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବାକୁ ଯାଉଛି ମାଗଣାରେ ସ୍ମାର୍ଟ ଫୋନ ।ତେବେ ଏନେଇ ଘୋଷଣା କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ତୃଣମୂଳ ସ୍ତରରେ ଅଙ୍ଗନବାଡି କର୍ମୀମାନେ କାମ କରୁଥିବାରୁ ଓ ସରକାରଙ୍କ ବହୁ ଯୋଜନାରେ ତାଙ୍କର ଭାଗିଦାରିତା ରହୁଥିବାରୁ ସେମାନଙ୍କୁ ସ୍ମାର୍ଟ ଫୋନ ଦେବାକୁସରକାର ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ତେବେ ସ୍ମାର୍ଟ ଫୋନ ଦ୍ଵାରା ତାଙ୍କ ନିକଟକୁ ଶୀଘ୍ର ସୂଚନା ପହଞ୍ଚି ପାରିବ ।ଜିଲ୍ଲା ସ୍ତରରେ ହ୍ଵାଟ୍ସଆପ୍ ଗ୍ରୁପ ମାଧ୍ୟମରେ ସରକାରଙ୍କ ଜରୁରୀ ସୂଚନା ଅଙ୍ଗନବାଡି କର୍ମୀଙ୍କ ନିକଟରେ ଶୀଘ୍ର ପହଞ୍ଚିପାରିବ ।
ଏହା ଛଡା ସବୁ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କ ଉଚ୍ଚତା ଓ ଓଜନ ମାପିବାକୁ ମେସିନ ଓ ସ୍ଵଚ୍ଛ ପାଣି ପିଇବାକୁ ପାଣି ଫିଲଟର ମଧ୍ୟ ମିଳିବ ବୋଲି ଘୋଷଣା କରିଛନ୍ତି ।ତେବେ ଏହି ନିଷ୍ପତି କେବେ କାର୍ଯ୍ୟକାରୀ ହେବ ସେ ନେଇ ଅପେକ୍ଷା ।