ସନ୍ଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ଵର: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ( DRDO) ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ତଥା ବିକାଶ କରିବା ନିମନ୍ତେ ଆରମ୍ଭ କରିବାକୁ ଯାଉଛି ୨ଟି ଅନ୍ଲାଇନ୍ କୋର୍ସ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଓ ମେସିନ ଲର୍ଣ୍ଣିଙ୍ଗ ଏବଂ ସାଇବର ସିକ୍ୟୁରିଟି । ତେବେ ଏହି ପାଠ୍ୟକ୍ରମ ୧୨ ସପ୍ତାହ ତଥା ୩ ମାସ ଯାଏଁ ଅନ୍ଲାଇନ ମାଧ୍ୟମରେ ଶିକ୍ଷା ଦିଆଯିବ । ୧୨ ମାସର ଏହି କୋର୍ସକୁ ପ୍ରତ୍ୟେକ ଦିନ ୨ ଘଣ୍ଟା ଓ ସପ୍ତାହକୁ ୫ ଦିନ କ୍ଲାସ କରାଯିବ । ଏହି ଅନ୍ଲାଇନ କ୍ଲାସ କରିବା ପାଇଁ ହେଲେ ଅତି କମରେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ କରିଥିବା ଆବଶ୍ୟକ ।
ଏହି ପାଠ୍ୟକ୍ରମରେ ଯୋଗ ଦେବାକୁ ହେଲେ ଏଣ୍ଟ୍ରାନ୍ସ ଦେବା ବାଧ୍ୟତାମୂଳକ ।ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (AI) ଓ ମେସିନ ଲର୍ଣ୍ଣିଙ୍ଗ ପାଇଁ ଏଣ୍ଟ୍ରାନ୍ସ ଦେବା ପାଇଁ ଅନ୍ଲାଇନ ରେଜିଷ୍ଟ୍ରେସନ କରିବା ଆବଶ୍ୟକ ଓ ଏହି ଅନ୍ଲାଇନ ରେଜିଷ୍ଟ୍ରେସନ ୨୮ ଜାନୁୟାରୀରୁ ଆରମ୍ଭ ହେବ । ରେଜିଷ୍ଟ୍ରେସନ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ।ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (AI) ଓ ମେସିନ ଲର୍ଣ୍ଣିଙ୍ଗର ଏଣ୍ଟ୍ରାନ୍ସ ୨୦ ଫେବୃଆରୀରେ କରାଯିବ । ୨୧ରେ ଫଳାଫଳ ବାହାରିବା ପରେ ଚୟନ କରାଯିବ ।
ସେହିପରି ସାଇବର ସିକ୍ୟୁରିଟି ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ୨୮ଜାନୁୟାରୀରୁ ୧୫ ଜାନୁୟାରୀ ମଧ୍ୟରେ ଅନ୍ଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ ।ପ୍ରବେଶିକା ପରୀକ୍ଷା(entrance test) ୨୧ ଫେବୃଆରୀରେ କରାଯିବ ଓ ଏହାର ଫଳାଫଳ ୨୨ ଫେବୃଆରୀରେ ବାହାରିବ । ଏହାପରେ ୨୮ ଫେବୃଆରୀରୁ କ୍ଲାସ ଆରମ୍ଭ ହେବ । ତେବେ କୋର୍ସ ଫି ୧୫୦୦୦ଟଙ୍କା ଅଟେ ।
ତେବେ ଏହି ବିଷୟରେ ଅଧିକ ତଥ୍ୟ [email protected] ଓ୍ଵେବସାଇଟରେ ଉପଲବ୍ଧ । ।