ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ରୋକିବା ପାଇଁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ପୋଲିସ ବିଭାଗରେ ସ୍ୱତନ୍ତ୍ର ଶାଖା ।ତେବେ ଏଥିପାଇଁ ୬୨ଟି ନୂତନ ପଦବୀ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଏଥିରେ ପୋଲିସ ବିଭାଗର ୬୦ ପଦବୀ ସହ ସାଇବର ଫୋରେନସେନିକ୍ ଏବଂ ଆଇଟି ବିଶେଷଜ୍ଞ ୨ଟି ପଦବୀକୁ ମଞ୍ଜୁର ଦିଆଯାଇଛି । ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ଶାଖା କାର୍ଯ୍ୟ କରିବ । ତେବେ ଏଥିସହ ୨ ଜଣ ଅତିରିକ୍ତ ଏସ୍.ପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏ.ଏସ୍.ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ । ଏହା ସହିତ ୫ଜଣ ମିନିଷ୍ଟେରିଆଲ୍ ଷ୍ଟାଫ୍ ପଦବୀକୁ ମଧ୍ୟ ମଂଜୁର କରାଯାଇଛି ।