ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଦଳିବ ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ର ଢାଞ୍ଚା । ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ପ୍ରଶ୍ନ ରହିବ ।ତେବେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଆଉ ମଧ୍ୟ କହିଛନ୍ତି ଯେ ୫୦% ମଲଟିପୁଲ ଚଏସର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଇଁ ୧ ମାର୍କ ଦିଆଯିବ । ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ। ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ। ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ।
ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପରୀକ୍ଷାର୍ଥୀମାନେ ନିଜେ ପଢ଼ୁଥିବା କଲେଜରେ ହିଁ ପରୀକ୍ଷା ଦେବେ । ୨୦୧୬ କିମ୍ବା ପରବର୍ତ୍ତୀ ସମୟରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀ ୭୦% ସିଲାବସ ଅନୁଯାୟୀ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ।
ତେବେ ପରୀକ୍ଷା ଫି ଛାଡ଼ ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।