ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ନିଜର ଉଲ୍ଲେଖନୀୟ ସେବା, ନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ ପୋଲିସ ପଦକରେ ସଜେଇ ହେବାକୁ ଯାଉଛନ୍ତି ଓଡିଶାର ୧୩ ପୋଲିସ କର୍ମଚାରୀ ।ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବାକୁ ଥିବା ବେଳେ ଅନ୍ୟ ୧୧ ପୋଲିସ କର୍ମଚାରୀଙ୍କୁ ମିଳିବ ଉଲ୍ଲେଖନୀୟ ସେବା ପଦକ ।ତେବେ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନୀତ ହେବାକୁ ଯାଉଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଓ ବିଜୁପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡେମୀର ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପ୍ପା ।ତେବେ ଉଲ୍ଲେଖନୀୟ ସେବା ପାଇଁ ଆଇନ ଶୃଙ୍ଖଳା ଆଇଜି ଏସ୍ ପ୍ରବୀଣ କୁମାର, ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ କେ ଦେହୁରୀ, ଏସିପି ପ୍ରକାଶ ପାଲଙ୍କୁ ପୋଲିସ ପଦକ ମିଳିବ ବୋଲି ସୂଚନା ମିଳିଛି। ଭିଜିଲାନ୍ସ ASI ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର, ସୁବେଦାର ହେମନ୍ତ ଛେତ୍ରି ଓ ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗଙ୍କୁ ପୋଲିସ ପଦକ ମିଳିବ।
ରାଷ୍ଟ୍ରପତି ପୋଲିସ ପଦକ ବିଜେତା ଓ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପାଇବାକୁ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଓ ଏହା ଓଡିଶା ପୋଲିସର ନିଷ୍ଠାପର ସେବା, କାର୍ଯ୍ୟ ଦକ୍ଷତାର ପରିଚୟ ବୋଲି କହିଛନ୍ତି ପୋଲିସ ଡିଜି ।