ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଜିଦ୍ ଧରି ବସିଥିବା କୃଷକ ସଂଘ ଦିଲ୍ଲୀ ପୁଲିସ ଠାରୁ ସମ୍ମତି ପାଇଥିବା ଦାବି କରି ଶନିବାର ଦିନ କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସ ଦିନ ଜାତୀୟ ରାଜଧାନୀରେ ସେମାନେ ୧୦୦ କିଲୋମିଟର୍ ଟ୍ରାକ୍ଟର୍ ରାଲି ପାଇଁ ପ୍ରସ୍ତୁତି କରୁଛନ୍ତି। ହେଲେ ଏ କଥାକୁ ପୁଲିସ ଅସ୍ୱୀକାର କରିଛି।
ଦିଲ୍ଲୀ ପୁଲିସ କମିସନର୍ ଏସ୍ଏନ୍ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି ଯେ, କେଉଁ ରାସ୍ତାରେ ରାଲି କରାଯିବ ସେ ସଂକ୍ରାନ୍ତରେ କୃଷକମାନେ ଆମକୁ ଲିଖିତ ଭାବେ କିଛି ଜଣାଇ ନାହାନ୍ତି। ପ୍ରସ୍ତାବିତ ରାଲି ଯିବାର ରାସ୍ତା ସଂକ୍ରାନ୍ତରେ ଲିଖିତ ତଥ୍ୟ ପାଇଲେ ସମସ୍ତଙ୍କୁ ଜଣାଇ ଦିଆଯିବ।
ଏକ ବିବୃତିରେ ସଂଯୁକ୍ତ କିଷାନ ମୋର୍ଚା କହିଛି ଯେ, କିଷାନ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ତାଙ୍କ ନେତାମାନେ ମିଳିତ ଭାବେ ପଥ ନିର୍ଦ୍ଧାରଣ କରିଛନ୍ତି।