ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ – ଓଡ଼ିଶାରେ ପ୍ରତି କ୍ଷେତ୍ରରେ ବିକାଶ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରାଦେଶରେ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି । ରାଜ୍ୟ ସ୍ତରରେ ବେଷ୍ଟ ପରଫର୍ମିଂ ମୁଖ୍ୟମନ୍ତ୍ରୀ ଭାବେ ସେ ଶୀର୍ଷରେ ଅଛନ୍ତି । ଇଣ୍ଡିଆ ଟୁଡେ ଗ୍ରୁପ୍-କର୍ଭି ଇନସାଇଟ୍ସ ମୁଡ୍ ଅଫ୍ ଦ ନେସନ(MOTN)ର ଜାନୁୟାରୀ ୨୦୨୧ ପୋଲ ଅନୁସାରେ ଏହା ଦର୍ଶାଯାଇଛି ।
ଅରବିନ୍ଦ କେଜ୍ରିୱାଲ , ଯୋଗୀ ଆଦିତ୍ୟ ନାଥ ଓ ଉଦ୍ଧବ ଥାକରେଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଓଡ଼ିଆରୁ ୫୧ ପ୍ରତିଶତ ଉତ୍ତର ଦାତାଙ୍କ ସକରାତ୍ମକ ରେଟିଂ ପାଇବା ପରେ ନବୀନ ପଟ୍ଟନାୟକ ଏହି ବିଜୟର ଯୋଗ୍ୟ ହୋଇପାରିଛନ୍ତି । ହେଲେ ରାଷ୍ଟ୍ରୀୟ ସ୍ତରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତାର ଭାବେ ଚତୁର୍ଥ ଥର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି ।
ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରେଟିଂ ପାଇଁ ନିଜ ରାଜ୍ୟର ଉତ୍ତରଦାତାଙ୍କୁ ନିଜର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟ ପ୍ରଦର୍ଶନର ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା । ସେଥିରୁ ଓଡ଼ିଶାରେ ୫୧ ପ୍ରତିଶତ ଉତ୍ତରଦାତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସକରାତ୍ମକ ରେଟିଂ ଦେଇଥିଲେ ।