ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଚଳିତ ବର୍ଷ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ରେ ଦେଶର ୩୨ ଜଣ ଶିଶୁଙ୍କୁ ସାମିଲ କରାଯାଇଛି । ଏହି ଶିଶୁମାନେ ଖେଳ, କଳା, ସଂସ୍କୃତି, ସାମାଜିକ ସେବା , ନୂତନ ଉଦ୍ଭାବନ ଓ ସାହସିକତା କ୍ଷେତ୍ରରେ ନିଜର ପାରଙ୍ଗମ ତଥା ଅସାଧାରଣ ପ୍ରତିଭା ସୃଷ୍ଟି କରିଥିବାରୁ ଏହି ସମ୍ମାନରେ ପୁରସ୍କୃତ ହେବେ।
ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୩୨ଟି ଜିଲ୍ଲାରୁ ଏହି ଶିଶୁ ବିଜେତାଙ୍କୁ ପୁରସ୍କୃତ କରାଯିବ ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ସୂଚନା ଜାରି କରିଛି ।
ତେବେ ଓଡ଼ିଶାରୁ ଏକମାତ୍ର ଛାତ୍ର ଅନ୍ୱେଷ ଶୁଭମ ପ୍ରଧାନ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ପୁରସ୍କୃତ ହେବାକୁ ଥିବା ପ୍ରତିଭାଙ୍କୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭେଟିବେ।