ସନ୍ଷ୍ଟାର ଟିିଭି ବ୍ୟୁରୋ
ମୁମ୍ବାଇ: ପିଙ୍କ ଅଭିନେତ୍ରୀ ତାପସୀ ପନ୍ନୁ ନିଜର ଦକ୍ଷତା ବଳରେ ଫିଲ୍ମ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ତେବେ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୋପନ ରଖିଥାନ୍ତି ତାପସୀ । କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ସେ ନିଜର ବ୍ୟକ୍ତିଗତ କଥା ସେୟାର କରିଛନ୍ତି ।ଏକ ନ୍ୟୁଜ୍ ୱେବସାଇଟକୁ ଦେଇଥିବା ସାକ୍ଷାତକାରରେ ତାପସୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିଛନ୍ତି। ଡେଟିଂକୁ ନେଇ ତାପସୀଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ସେ କହିଛନ୍ତି ଯେ, ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ କାହା ସହିତ ଡେଟ କରିବାକୁ ଚାହୁଁନାହାଁନ୍ତି ।
ତେବେ ତାପସୀ ଡେନିଶ୍ ବ୍ୟାଡମିଣ୍ଟନ୍ ଖେଳାଳି ମାଥିଆସ୍ ବୋଙ୍କୁ ଡେଟ୍ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ନିକଟରେ ତାପସୀ, ମାଥିଆସ୍ ବୋଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫୋଟୋ କଥା ତାପସୀଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଯେଉଁମାନେ ମୋର ନିକଟତର, ମୁଁ ସବୁବେଳେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ତାଙ୍କ ଜନ୍ମଦିନରେ ପୋଷ୍ଟ କରେ। ଏମିତି ହିଁ କିଛି ମୁଁ ମାଥିଆସଙ୍କ ପାଇଁ ମଧ୍ୟ କରିଥିଲି ।
‘ରଶ୍ମୀ ରକେଟ’, ଲୁପ ଲପେଟା, ହସିନ ଦିଲ୍ରୁବା ଆଦି ଅପକମିଙ୍ଗ ଫିଲ୍ମରେ ନଜର ଆସିବେ ତାପସୀ ପନ୍ନୁ ।