ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ‘ଶାମ୍ବ ଦଶମୀ’ ।ପ୍ରତ୍ୟେକ ବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ପର୍ବ ଘରେ ଘରେ ପାଳନ କରାଯାଏ । ସନ୍ତାନମାନଙ୍କ ମଙ୍ଗଳ କାମନା କରି ଓ ରୋଗରୁ ମୁକ୍ତି ପାଇଁ ମା’ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।
ପୌରାଣିକ କଥାବସ୍ତୁ ଅନୁଯାୟୀ ,ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୃଷ୍ଠ ରୋଗାକ୍ରାନ୍ତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜା କରି ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଧାର୍ମିକ ବିଶ୍ୱାସ ରହିଛି ।
ଏହି ପର୍ବରେ ମା’ମାନେ ସନ୍ତାନଙ୍କ ନାମରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ଉଦ୍ଦେଶ୍ୟରେ ଘର ଅଗଣାରେ ଭୋଗ ଲଗାଇଥାନ୍ତି ।
ଏହି ଦିନରେ କୋଣାର୍କ ମନ୍ଦିରରେ ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗେ । ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଆରଧନା କରିଥାନ୍ତି । ଆଜି କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେଉଛି ।