ସନ୍ଷ୍ଟାର ଟିଭି ବ୍ୟୁରୋ
ଜାମ୍ମୁ-କାଶ୍ମୀର: ଭାରତ- ପାକିସ୍ତାନ ସୀମାରେଖା ମଧ୍ୟରେ ସବୁବେଲେ ଉତ୍ତେଜନା ଦେଖାଯାଇଥାଏ । ତେବେ ଆଜି ପାକିସ୍ତାନର ଏକ ଚାଲାକିକୁ ଭାରତୀୟ ସେନା ବାହିନୀ ପଣ୍ଡ କରିଛି । ଭାରତୀୟ ବିଏସ୍ଫ୍ ସେନାଙ୍କ ଦ୍ଵାରା ଆଜି ଏକ ୧୫୦ ମିଟର ଭୂତଳ ସୁଡଙ୍ଗ ଚିହ୍ନଟ କରାଯାଇଛି । ଏହି ୩୦ ଫୁଟ ଗଭୀର ସୁଡଙ୍ଗ କାଠୁଆ ଜିଲ୍ଲା, ପାନସାର ନିକଟରେ ଦେଖାଯାଇଛି ।
ତେବେ ସେହି ସୁଡଙ୍ଗଟି ୬ ରୁ ୮ ବର୍ଷ ପୁରୁଣା ପରି ଦେଖାଯାଉଥିବା ବେଳେ ଜମ୍ମୁ-କଶ୍ମୀର ଅଞ୍ଚଳରେ ସୁବିଧାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାକୁ ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏହି ଭୂତଳ ସୁଡଙ୍ଗ ନିର୍ମାଣ କରିଛି ବୋଲି ବିଏସ୍ଏଏଫ୍ ପକ୍ଷରୁ କୁହାଯାଇଛି । ଜାରି ହୋଇଥିବା ବିବୃତିରେ ଆହୁରି ବି କୁହାଯାଇଛି ଯେ ୨୦୨୦ ମସିହା ଜୁନ୍ ମାସରେ ଏହି ଅଞ୍ଚଳରେ ବିଏସ୍ଏଫ୍ ଗୁଳି କରି ପାକିସ୍ତାନର ହେକ୍ସାକପ୍ଟରକୁ ଖସାଇ ଦେଇଥିଲା। ୨୦୧୯ ମସିହା ନଭେମ୍ବର ମାସରେ ବିଏସ୍ଏଫ୍ ଏହି ଅଞ୍ଚଳରେ ଅନୁପ୍ରବେଶକାରୀଙ୍କର ଅନୁପ୍ରବେଶକୁ ବି ପଣ୍ଡ କରିଥିଲା। ତେବେ କିଛି ଦିନ ପୂର୍ବରୁ ହୀରାନଗର ସେକ୍ଟରରୁ ବିଏସ୍ଏଫ୍ ଦ୍ବାରା ଆଉ ଭୂତଳ ସୁଡ଼ଙ୍ଗ ଚିହ୍ନଟ ହୋଇଥିଲା ।