ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଶନିବାର ଦିନ ଭିକ୍ଟୋରିଆଲ ମେମୋରିଆଲରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଷଣ ଆରମ୍ଭ କଲାବେଳେ କେତେଜଣ ଜୟ ରାମ ଜୟ ମୋଦିର ନାରା ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମମତା ନିଜକୁ ଅପମାନିତ ମନେ କରି, ଏହା ଏକ ରାଜନୀତିକ ସମାରୋହ ନୁହେଁ ବୋଲି କହି ମଞ୍ଚ ଛାଡ଼ି ଚାଲିଯାଇଥିଲେ । ଏହି ମଞ୍ଚରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମାରୋହ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ସେ କହିଛନ୍ତି ଯେ,ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ଯେତେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ସେ ଏହା ମଧ୍ୟ କହିଛନ୍ତି ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କଲା ଭଳି ସମୟ। ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା। କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ ତାଜୁବ ହେଉଥିଲା। ନେତାଜୀ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପ୍ରେରଣା ବୋଲି ସେ କହିଛନ୍ତି। ଏହା ସହ ହାୱଡ଼ା ମେଲ୍ର ନାଁ ନେତାଜୀ ଏକ୍ସପ୍ରେସ କରାଯାଇଥିବା ସେ କହିଛନ୍ତି।