ସନ୍ଷ୍ଟାର ଟିଭି ବ୍ୟୁରୋ
ଇସ୍ରାଏଲର ୧୯ ବର୍ଷୀୟା ମଡେଲ୍ ଏବଂ ଅଭିନେତ୍ରୀ ୟେଲ୍ ସେଲ୍ବିୟା ‘ବିଶ୍ବର ସବୁଠାରୁ ସୁନ୍ଦର ମହିଳା’ର ସ୍ଥାନ ହାସଲ କରି ପାରିଛନ୍ତି । ସେଲ୍ବିୟା ଟିସି କ୍ୟାଣ୍ଡଲରର ବାର୍ଷିକ ‘ବର୍ଷର ୧୦୦ ସୁନ୍ଦର ଚେହେରା’ ତାଲିକାରେ ଶୀର୍ଷରେ ରହିଛନ୍ତି । ତେବେ ସେ ଏହି ପ୍ରତିଯୋଗିତାରେ ବିଜୟିନୀ ହେବା ପରେ ଅନେକ ତାଙ୍କୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଥିବା ବେଳେ ଆହୁରି ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ୍ କରିଥିବାର ଦେଖିବାକୁ ମିଳିଛି ।
ଗଣମାଧ୍ୟମରେ ବୟାନ ଦେଇ ସେଲ୍ବିୟା ଟିସି କହିଛନ୍ତି, ‘ମୁଁ ବହୁତ ଭଲପାଇବା ଓ ସମର୍ଥନ ପାଇଛି। ଏମିତି ଅନେକ ମେସେଜ୍ ଆସିଛି ଯାହା ମୋତେ ଉତ୍ସାହିତ କରିଛି ଓ ଅନେକ ମେସେଜ୍ ମୋତେ ଦୁଃଖୀତ କରିଛି ମଧ୍ୟ। ଘୃଣାକାରୀମାନେ ଯେପରି କହିବା କଥା ସେମାନେ ସେହିପରି ହିଁ କହିଛନ୍ତି । ତାହାକୁ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ ।’ ଇନ୍ଷ୍ଟାଗ୍ରାମ୍ରେ ସେଲ୍ବିୟା ଟିସି ତାଙ୍କ ବିଜୟିନୀ ହେବା କଥା ସେୟାର କରିବା ପରେ ତାଙ୍କ ପୋଷ୍ଟ୍କୁ ପ୍ରାୟ ୪୦୦୦ ହଜାର କମେଣ୍ଟ ମିଳିଛି। ଅନେକ ବ୍ୟବହାରକାରୀ ତାଙ୍କୁ ସମର୍ଥନ ଦେଇଥିବା ବେଳେ ଆହୁରି ଅନେକ ଜଣକ #ଅଗ୍ଲିକୁଇନ୍ ବୋଲି ଲେଖି ଟ୍ରୋଲ୍ କରିଛନ୍ତି।
ତେବେ ଏହି ଲିଷ୍ଟରେ ପ୍ରଥମ ଥର ପାଇଁ ୟେଲ ସେଲବିୟାଙ୍କ ନାମ ଆସିନାହିଁ, ଏହା ପୂର୍ବରୁ ୨୦୧୯ରେ ସେ ୨ୟରେ,୨୦୧୮ରେ ୩ୟରେ, ୨୦୧୭ରେ ୧୪ତମ ସ୍ଥାନରେ ରହିଥିଲେ ।