ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମ ପୁରୋଧା ନେତାଜୀଙ୍କ ଜନ୍ମ ଜୟନ୍ତି । ଦେଶର କୋଣ ଅନୁକୋଣରୁ ନେତାଜୀଙ୍କ ବୀରତ୍ଵ ଗାଥା ପ୍ରତିଧ୍ଵନୀତ ହେଉଛି । ଏହି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନେତାଜୀଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।
ତେବେ ସେ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଓଡିଆ ଭାଷାରେ ନେତାଜୀ ଜନ୍ମ ଦିବସର ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି ଯେ ‘ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅତୂଳନୀୟ ଅବଦାନ ଦେଇଥିଲେ । ନେତାଜୀଙ୍କ ଦେଶ ପ୍ରେମ ଓ ତ୍ୟାଗ ଆମକୁ ସବୁବେଳେ ଉଦବୁଦ୍ଧ କରୁଥିବ । ସ୍ୱାଧୀନତାର ଯେଉଁ ଉତ୍ସାହକୁ ସେ ଅଙ୍ଗୀକାର କରିଥିଲେ ଆମେ ସେଥିପାଇଁ ପ୍ରତିବଦ୍ଧ ।‘
ସେ ଆଉ ମଧ୍ୟ କହିଛନ୍ତି ଯେ ‘ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଯଥାର୍ଥ । ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ ।‘
 
ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 125 ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଯଥାର୍ଥ। ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ।
— President of India (@rashtrapatibhvn) January 23, 2021
ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅତୂଳନୀୟ ଅବଦାନ ଦେଇଥିଲେ। ନେତାଜୀଙ୍କ ଦେଶ ପ୍ରେମ ଓ ତ୍ୟାଗ ଆମକୁ ସବୁବେଳେ ଉଦବୁଦ୍ଧ କରୁଥିବ। ସ୍ୱାଧୀନତାର ଯେଉଁ ଉତ୍ସାହକୁ ସେ ଅଙ୍ଗୀକାର କରିଥିଲେ ଆମେ ସେଥିପାଇଁ ପ୍ରତିବଦ୍ଧ ।
— President of India (@rashtrapatibhvn) January 23, 2021