ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଭାରତୀୟ ସ୍ବାଧୀନତା ସଂଗ୍ରାମର ଅଦ୍ବିତୀୟ ସଂଗ୍ରାମୀ, ମହାନ୍ ଦେଶଭକ୍ତ, ଭାରତବର୍ଷର ଅନ୍ୟତମ ଶ୍ରେଷ୍ଠ ସାଧକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ଏଥି ସହ ଐତିହାସିକ ଖାନନଗର ବସ ଷ୍ଟାଣ୍ଡର ନବୀକରଣ କରିବାକୁ “କଟକ ନେତାଜୀ ବସ୍ ଟର୍ମିନାଲ”ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୧୦୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ଏହି ବସ ଟର୍ମିନାଲରେ ପ୍ରାୟ ୧୮୦ ଟି ବସ୍ ରହିପାରିବ ଓ ୨୭୫ ଟି କାର୍ ମଧ୍ୟ ରହିବାର ସୁବିଧା କରାଯାଇଛି ।ତେବେ ଏହି ପ୍ରକଳ୍ପ ପାଇଁ୬୫ କୋଟି ଟଙ୍କାର ବ୍ୟୟବରାଦରେ କରାଯାଇଛି ।
ଏହି ବସ୍ ଟର୍ମିନାଲର କାର୍ଯ୍ୟ ଶେଷ ହେଲେ ଦୂରଦୁରାନ୍ତରରୁ ଆସୁଥିବା ଯାତ୍ରୀବାହୀ ଉପକୃତ ହେବେ ।