ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢିବାକୁ ଯାଉଛି ପାର୍କିଂ ଫି । ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ କରାଯିବ । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କର୍ତ୍ତୃପକ୍ଷ ଭୁବନେଶ୍ୱରରର ୩୨ ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି ।
ଟେଣ୍ଡର ଦସ୍ତାବିଜ ଅନୁସାରେ, ଯେ କୌଣସି ସ୍ଥାନରେ ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବାଇକ୍ ରଖିଲେ ୫ ଟଙ୍କା, କାର୍ ପାଇଁ ୨୦ ଟଙ୍କା ଓ ୪ ଚକିଆ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ୨ରୁ ୩ ଘଣ୍ଟା ପାର୍କିଂ କଲେ ବାଇକ୍ ପାଇଁ ୧୫ଟଙ୍କା, ୩ ଚକିଆ ଯାନ ପାଇଁ ୨୦ ଟଙ୍କା, ଚାରି ଚକିଆ ପାଇଁ ୪୦ ଟଙ୍କା ଓ ଭାରିଯାନ ପାଇଁ ୫୦ଟଙ୍କା ପାର୍କିଂ ଫି’ ଆଦାୟ ହେବ ।
୩ରୁ ୪ ଘଣ୍ଟା ପାର୍କିଂ ନିମନ୍ତେ ବାଇକ୍ ଚାଳକଙ୍କୁ ୨୫ ଟଙ୍କା, ତିନି ଚକିଆ ଯାନ ପାଇଁ ୩୫ ଟଙ୍କା, ଚାରି ଚକିଆ ଯାନ ପାଇଁ ୬୦ ଟଙ୍କା ଓ ଭାରୀ ଯାନ ପାଇଁ ୭୫ଟଙ୍କା ଦେବାକୁ ହେବ । ୫ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡ଼ିକୁ ଅତିରିକ୍ତ ୨୦ ଟଙ୍କା ହିସାବରେ ଦେବାକୁ ପଡ଼ିବ । ସାଇକେଲ ପାଇଁ କୌଣସି ପାର୍କିଂ ଫି ଦେବାକୁ ପଡିବ ନାହିଁ ।