ସନ୍ଷ୍ଟାର ଟିଭି ବ୍ୟୁରୋ
image courtesy ANI
ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ପ୍ରାୟ ୨ମାସ ହେବ ରାଜରାସ୍ତାରେ ଆନ୍ଦୋଳନରେ ବସି ରହିଛନ୍ତି କୃଷକ ସଂଗଠନ । ଏହାର ସମାଧାନ ପାଇଁ ବୈଠକ ପରେ ବୈଠକ ବସିଚାଲିଛି । କିନ୍ତୁ କୃଷକ ସଙ୍ଗଠନ ଓ କେନ୍ଦ୍ର ସରକାର ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଏଯାଏଁ କୌଣସି ଫଳାଫଳ ବାହାରି ପାରିନାହିଁ । ତେବେ ଆଜି ଅନୁଷ୍ଠିତ ହୋଇଥିବା ୧୧ତମ ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଷାନ ମଜଦୁର ସଂଘର୍ଷ କମିଟି କୃଷି ନେତା ଏସ୍ ଏସ୍ ପାଣ୍ଢେର କହିଛନ୍ତି ଯେ ସରକାର ଆମମାନଙ୍କୁ ସାଢେ ତିନି ଘଣ୍ଟା ଅପେକ୍ଷା କରାଇଥିଲେ ।
ଏହା ପରେ ଯେତେବେଳେ ସେମାନେ ଆସିଲେ ଆମକୁ ପଚାରିଲେ ସରକାରଙ୍କ ପ୍ରସ୍ତାବ ଉପରେ କଣ ଚିନ୍ତା କଲ ଏହା ପରେ ସେ କହିଲେ ଆମେ ଏହି ବୈଠକକୁ ଶେଷ କରୁଛୁ । ଏହା ସହ ଚାଷୀମାନଙ୍କ ପାଇଁ ଅପମାନିତ କରାଯାଇଛି ବୋଲି କହିଛନ୍ତି ଏସ୍ ଏସ୍ ପାଣ୍ଢେର ।ତେବେ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଜାରି ରହିବ ବୋଲି କହିଛନ୍ତି କୃଷି ନେତା ଏସ୍ ଏସ୍ ପାଣ୍ଢେର ।