ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୈଠକ ପରେ ପରେ ବୈଠକ ବସିଚାଲିଛି । ପ୍ରାୟ ୨ ମାସ ହେବ ଦିଲ୍ଲୀ ରାଜରାସ୍ତାରେ ନୂତନ କୃଷି ଆଇନ୍କୁ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନରେ ବସିଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ତେବେ ଏହାରି ମଧ୍ୟରେ ୧୧ତମ ବୈଠକ ଶେଷ ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ତେବେ ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଲୋଚନାରେ ଯୋଗ ଦେଇ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ । ଲଞ୍ଚ ବ୍ରେକ ଯାଏଁ କୌଣସି ଆଲେଚନାରେ କିଛି ନିଷ୍ପତି ନିଆଯାଇ ନଥିଲା ।
ତେବେ ସରକାର କୃଷକମାନଙ୍କୁ କୃଷି ଆଇନ ବିଷୟରେ ଆଉଥରେ ଚର୍ଚ୍ଚା କରିବାକୁ ଅନୁରୋଧ କରିଥିଲେ ତେବେ ଏହାର ଉତ୍ତରରେ କୃଷକ ନେତା କହିଛନ୍ତି ଯେ ତିନିଟି ଆଇନ ପ୍ରତ୍ୟାହାର ନ ହେବା ଯାଏଁ କୃଷକମାନେ ଆନ୍ଦୋଳନରୁ ହଟିବେ ନାହିଁ ।ତେବେ ବୈଠକକୁ ଯିବା ପୂର୍ବରୁ କୃଷକ ନେତା ଶ୍ରବଣ ସିଂ କହିଛନ୍ତି ଯେ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ଏହା ସହିତ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ମଧ୍ୟ କରାଯିବ ।
ତେବେ ଶେଷରେ ମଧ୍ୟ କେନ୍ଦ୍ର ମନ୍ତ୍ରୀମାନେ ସ୍ଥାନରୁ ଉଠି ପଳାଇ ଯାଇଥିଲେ । ତେବେ ପରବର୍ତ୍ତୀ ବୈଠକ କେବେ ହେବ ସେ ନେଇ କୌଣସି ନିଷ୍ପତି ନିଆ ହୋଇନାହିଁ ।