ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପକ୍ଷରୁ ସହରରେ ସ୍ଥାପନ କରାଯାଉଛି ଓଡ଼ିଶାର ସର୍ବୋଚ୍ଚ ପତାକା ସ୍ତମ୍ଭ ।ଯାହାର ଉଚ୍ଚତା ରହିଛି ୨୩୦ ଫୁଟ୍ । ସେକ୍ଟର-୬ ଟେଲିଫୋନ୍ ଭବନ ଓ ଭଞ୍ଜ କଳାମଣ୍ଡପ ନିକଟରେ ନିର୍ମାଣ ହୋଇଛି ଏହି ସ୍ତମ୍ଭ । ରାଜ୍ୟରେ ୨୩୦ ଫୁଟ ଉଚ୍ଚରେ ଉଡ଼ିବ ଜାତୀୟ ପତାକା । ସ୍ତମ୍ଭ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ତା’ ଚାରିପାଖରେ ନିର୍ମାଣାଧିନ ପାର୍କର କାମ ଶେଷ ହୋଇ ନଥିବାରୁ ଏହାର ଉଦ୍ଘାଟନ ତାରିଖ ଆର୍ଏସ୍ପି ପକ୍ଷରୁ ଘୋଷଣା କରାଯାଇନାହିଁ। ଚଳିତମାସ ୨୬ ତାରିଖ ଗଣତନ୍ତ୍ର ଦିବସରେ ଏହାକୁ ଉଦ୍ଘାଟନ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଉଲ୍ଲେଖନୀୟ ଯେ, କଟକ ହାଇକୋର୍ଟ ପରିସରରେ ଥିବା ୨୧୫ ଫୁଟ୍ ଊଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ଓଡ଼ିଶାର ଉଚ୍ଚତମ ପତାକା ସ୍ତମ୍ଭର ମାନ୍ୟତା ପାଉଛି।