ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀ ସମୟରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି କରୋନା ସଂକ୍ରମଣକୁ ଅନେକ ପରିମାଣରେ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ ଗଞ୍ଜାମ ପ୍ରଶାସନ । ଯେଉଁଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ‘ସ୍କଚ ଆଓ୍ଵାର୍ଡ ୨୦୨୦’ରେ ସେମି ଫାଇନାଲରେ ପହଞ୍ଚି ପାରିଛି । କରୋନା ସମୟରେ ତୃଣମୂଳ ସ୍ତରକୁ ଅଧିକ ସୁଦୃଢ କରିଥିଲେ ରାଜ୍ୟସରକାର ।ତେବେ ସେମିଫାଇନାଲରେ ପହଞ୍ଚିପାରିଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କରୋନା ସମୟରେ ସରପଞ୍ଚକୁ ଜିଲ୍ଲାପାଳଙ୍କ ଦାୟିତ୍ଵ ଦେଇ ଥିଲେ ରାଜ୍ୟ ସରକାର । ଉଚିତ ପଦକ୍ଷେପ ଓ ପାରଦର୍ଶିତା ପାଇଁ ଓଡିଶାରେ ଅନେକ ପରିମାଣରେ କରୋନା ସଂକ୍ରମଣକୁ ରୋକାଯିବା ସହ ଅନେକ ମୂଲ୍ୟବାନ ଜୀବନ ମଧ୍ୟ ବଞ୍ଚିପାରିଥିଲା । ଯେଉଁଥି ପାଇଁ ରାଜ୍ୟ ସରକାରଙ୍କୁ ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ କରାଯାଇଥିଲା ।
Congratulate @Ganjam_Admin on qualifying for semi-finals of #SkochAward2020 for the effective management of #COVID19 pandemic through decentralised community involvement. #Odisha’s decision to decentralise #COVID19 management helped strengthen the fight and save precious lives. pic.twitter.com/1Hvas1btdU
— CMO Odisha (@CMO_Odisha) January 21, 2021