ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ହିନ୍ଦୀ ଟେଲିଭିଜନ ଜଗତର ପ୍ରସିଦ୍ଧ ଭଜକ ଗାୟକ ନରେନ୍ଦ୍ର ଚଞ୍ଚଳଙ୍କ ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା ।ଅସୁସ୍ଥତା କାରଣରୁ ସେ ଗତ ମାସ ଠାରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଦିଲ୍ଲୀ ଆପୋଲୋ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମା ବୈଷ୍ଣୋ ଦେବୀ ଓ ଦୁର୍ଗା ମାତାଙ୍କ ଅନେକ ଭଜନ ଗାନ କରିଛନ୍ତି । ‘ବେସକ ମନ୍ଦିର ମସ୍ଜିଦ ତୋଡୋ’, ‘ଚଲୋ ବୁଲାୱା ଆୟା ହେ’, ଭଳି ଅନେକ ଲୋକପ୍ରିୟ ଭଜନ ସେ ଗାଇଥିଲେ ।
ପ୍ରାୟ ଜଗରାତା ଓ ପୂଜା ପାଠ କାର୍ଯ୍ୟକ୍ରମରେ ତାଙ୍କ ଗୀତ ଏବେ ମଧ୍ୟ ଶୁଣିବାକୁ ମିଳେ । ଏହା ସହିତ ସେ ଅନେକ ଶୋ ମଧ୍ୟ ନଜର ଆସିଛନ୍ତି ।ନରେନ୍ଦ୍ର ଚଞ୍ଚଲଙ୍କ ଜନ୍ମ ୧୬ ଅକ୍ଟୋବର ୧୯୪୦ରେ ଅମୃତସରର ନମକ ହାଣ୍ଡିରେ ହୋଇଥିଲା । ତାଙ୍କ ପିଲାଦିନ ବହୁତ ଧାର୍ମିକ ବାତାବରଣ ମଧ୍ୟରେ କଟିଥିଲା । ବହୁତ ସଂଘର୍ଷ ପରେ ତାଙ୍କୁ ବଲିଉଡରେ କାମ ମିଳିଥିଲା । ପିଲାଦିନରୁ ନିଜ ମାଙ୍କ ଠାରୁ ସେ ପିଲାଦିନେ ସଙ୍ଗୀତ ଶିକ୍ଷା କରିଥିଲେ ।
ତାଙ୍କ ବିୟୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି ।
My heartfelt condolences at the passing away of renowned Bhajan singer Shri Narendra Chanchal. He popularised singing of hymns & devotional music. May God give strength to his family members & admirers to bear this loss. May his soul rest in peace.
— Ashok Gehlot (@ashokgehlot51) January 22, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରେନ୍ଦ୍ର ଚଞ୍ଚଳଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
लोकप्रिय भजन गायक नरेंद्र चंचल जी के निधन के समाचार से अत्यंत दुख हुआ है। उन्होंने भजन गायन की दुनिया में अपनी ओजपूर्ण आवाज से विशिष्ट पहचान बनाई। शोक की इस घड़ी में मेरी संवेदनाएं उनके परिजनों और प्रशंसकों के साथ हैं। ओम् शांति!
— Narendra Modi (@narendramodi) January 22, 2021