ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ୨୦୨୦-୨୦୨୧ଶିକ୍ଷାବର୍ଷର ଦଶମ ଶ୍ରେଣୀ ମାଟ୍ରିକ୍ ପରୀକ୍ଷା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ଜାରି କରିଛି । ପରୀକ୍ଷା ଢାଞ୍ଚା ଓ ମାର୍କ ଆବଣ୍ଟନ ସଂକ୍ରାନ୍ତ ସମସ୍ତ ତଥ୍ୟକୁ ଛାତ୍ରଛାତ୍ରୀ ଏହି ବିଜ୍ଞାପନ ମାଧ୍ୟମରେ ପାଇପାରିବେ । ରାଜ୍ୟ ସରକାରଙ୍କ WWW.bseodisha.ac.in ଓ୍ଵେବ୍ସାଇଟ୍ରୁ ପରୀକ୍ଷା ସମ୍ଵନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ ।
ପୁରାତନ ଓ ନୂତନ ପାଠ୍ୟକ୍ରମର ପରୀକ୍ଷାର୍ଥୀଙ୍କୁ ଭିତ୍ତି କରି ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ବିଷୟରେ ଦୁଇ ପ୍ରକାରର ପ୍ରଶ୍ନପତ୍ର ଆସିବ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ପୁରୁଣା ପାଠ୍ୟକ୍ରମର ପ୍ରଶ୍ନପତ୍ର ‘ଏଚ୍ଏସ୍ସି’ (ଏକ୍ସ-ରେଗୁଲାର୍) ଏବଂ ‘ଏସ୍ଓଏସ୍ସି’ (ବ୍ୟାକ୍) ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ନୂଆ ପାଠ୍ୟକ୍ରମର ପ୍ରଶ୍ନପତ୍ର ‘ଏଚ୍ଏସ୍ସି’ (ରେଗୁଲାର୍) ଏବଂ ‘ଏସ୍ଓଏସ୍ସି’ (ସଦ୍ୟ) ପରୀକ୍ଷାର୍ଥୀଙ୍କ ନିମନ୍ତେ ଦିଆଯାଇଛି ।
ହ୍ରାସ କରାଯାଇଥିବା ସିଲାବସ୍ ଅନୁଯାୟୀ ପରୀକ୍ଷାରେ ପ୍ରଶ୍ନ ଆସିବ । ୫୦ ମାର୍କର ଅବ୍ଜେକ୍ଟିଭ୍ , ୩୦ ମାର୍କରର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ । ସମସ୍ତ ବିଷୟର ପରୀକ୍ଷା ସମୟ ୨ ଘଣ୍ଟା ରହିଥିବା ବେଳେ କେବଳ ଗଣିତ ପାଇଁ ୨ଘଣ୍ଚା ୧୫ ମିନିଟ ସମୟ ରହିଛି ।