ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ବିଜେପିର ୯ ଜଣିଆ ପ୍ରତିନିଧି ଦଳ ସହ ଆରଡିସିଙ୍କ ଆଲୋଚନା ଶେଷ ହୋଇଛି । ମଣ୍ଡି ସମସ୍ୟାକୁ ନେଇ ଆରଡିସି କାର୍ଯ୍ୟାଳୟରେ ଆଲୋଚନା କରୁଥିଲେ ବିଜେପି ନେତା । ଏହି ବୈଠକ ଶେଷ ହେବାପରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି , ଆର୍ଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଏହା ସହ ନିଷ୍ପତ୍ତି ପାଇଁ ଆର୍ଡିସିଙ୍କୁ ୭୨ଘଣ୍ଟା ସମୟ ଦିଆଇଛି । ଅନ୍ୟପଟେ ବିଜେପି ପକ୍ଷରୁ ଏବେ ବି ଆନ୍ଦୋଳନ ଜାରି ରହିଛି । ଏହି ବୈଠକରେ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ସାମିଲ ହୋଇଥିଲେ ୯ ଜଣିଆ ପ୍ରତିନିଧି ଦଳ ।
ସୂଚନା ମୁତାବକ,ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା । ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ । ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗତକାଲି ଅପରାହ୍ନରୁ ଛାଡି ଦେଇଛି ପୁଲିସ । ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ ।