ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଇପିଏଲ୍ ରେ ସୁଯୋଗ ପାଇଛନ୍ତି ଓଡ଼ିଶାର ୬ ଖେଳାଳୀ । ଚଳିତ ବର୍ଷ ଆଇପିଏଲ୍ ପାଇଁ ବିସିସିଆଇକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓସିଏ। ଉକ୍ତ ୬ ଖେଳଳୀ ହେଲେ ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ। ଏ ନେଇ ଓସିଏ ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଫେବୃଆରୀ ୧୬ରେ ଆଇପିଏଲ୍ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ। ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ; ତା’ର ତାଲିକା ଦେବାର ଅନ୍ତିମ ତାରିଖ ହେଉଛି ଜାନୁଆରୀ ୨୦। ତେବେ କୌଣସି ଆଇପିଏଲ୍ ଦଳ ସହ ଚୁକ୍ତି କରି ନ ଥିବା ଖେଳାଳି ଆଇପିଏଲ୍ ନିଲାମ ଲାଗି ଅନ୍ଲାଇନ୍ ଜରିଆରେ ନାମ ପଞ୍ଜୀକରଣ କରିବାକୁ ବିସିସିଆଇ ନିର୍ଦେଶ ଦେଇଛି। ଏଥିପାଇଁ ଫେବୃଆରୀ ୪ ଶେଷ ତାରିଖ ଥିବା ବେଳେ ଡାକରେ ନିଜ ନାମ ପଠାଇବା ଲାଗି ଶେଷତାରିଖ ଫେବୃଆରୀ ୧୨ ରଖାଯାଇଛି। ତେବେ ସମସ୍ତ ଖେଳାଳି ନିଜ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଜରିଆରେ ଆବେଦନ କରିବାକୁ ହେବ। କୌଣସି ଖେଳାଳିଙ୍କ ଏଜେଣ୍ଟ କିମ୍ବା ମ୍ୟାନେଜରଙ୍କୁ ଏପରି କରିବା ଲାଗି ପ୍ରଶୟ ଦିଆଯିବ ନାହିଁ ବୋଲି ସବୁ ରାଜ୍ୟ କ୍ରିକେଟ୍ ଆସୋସିଏସନ୍କୁ ଦେଇଥିବା ଇ-ମେଲ୍ ଜରିଆରେ ବିସିସିଆଇ ସ୍ପଷ୍ଟ କରିଦେଇଛି।