ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶରେ କରୋନା ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟରେ କେଉଁ ମାନେ ଟିକା ନେବେ ସେନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶର ମନ୍ତ୍ରୀମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ୫୦ ବର୍ଷରୁ ଅଧିକ ବୟସ୍କ ମନ୍ତ୍ରୀ ଏବଂ ନେତାଙ୍କୁ ଦିଆଯିବ ଟିକା । ଏହା ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଟିକା ନେବେ । ଏବେ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଳେ ଏଥିରେ ପ୍ରାୟ ୭ଲକ୍ଷରୁ ଅଧିକ ଟିକାର ପ୍ରଥମ ଡୋଜ୍ ସ୍ଵାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ।