ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଅର୍କ କୁମାର ଦାସ ମହାପାତ୍ର ନିଯୁକ୍ତି ହୋଇଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜିନେସ୍ ଆଡମିନିଷ୍ଟ୍ରେସନର ପ୍ରଫେସର ଥିବାବେଳେ ଏବେ ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ରାଜ୍ୟପାଳ ଗଣେଶୀ ଲାଲ।
ଓଡିଶା ଷ୍ଟେଟ୍ ଓପନ୍ ୟୁନିଭରସିଟି ଆକ୍ଟ, 2014 (ଓଡିଶା ଆକ୍ଟ ଅଫ୍ 2015) ର ସବ୍ ସେକ୍ସନ୍ (5) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ଗଣେଣୀ ଲାଲ କୁଳପତି ପ୍ରଫେସର ଅର୍କ କୁମାରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦାଶ ମହାପାତ୍ର ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିବେ ନେଇ ଉଲ୍ଲେଖ ରହିଛି ।