ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଜୋ ବାଇଡେନ୍ ଏବେ ଆକ୍ସନ ମୋଡ୍ରେ ଆସିଛନ୍ତି । ପ୍ରଥମ ଦିନରେ ହିଁ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳାଇଛନ୍ତି ବାଇଡେନ୍ । ୧୫ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଉପରେ ଦସ୍ତଖତ କରିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଏହା ସହ କରୋନା ସଂକଟରେ ସେ ଆମେରିକାରେ ଶହେ ଦିନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ, କୋଭିଡ୍-୧୯ କୋର୍ଡିନେଟର ନିଯୁକ୍ତ କରିଛନ୍ତି ଏବଂ ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ସାମିଲ ହେବା ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି । କରୋନା କଣ୍ଟ୍ରୋଲରୁ କ୍ଲାଇମେଟ୍ ଚେଞ୍ଜ ଭଳି ସେ ଅନେକ ନିଷ୍ପତ୍ତି ନେଇଛନ୍ତି । ସେହିପରି, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରୁ ଆମେରିକା ହଟିବା ପାଇଁ ଯେଉଁ ପ୍ରକ୍ରିୟା କରାଯାଇଥିଲା, ସେଥିରେ ରୋକ୍ ଲଗାଇଛନ୍ତି ବାଇଡେନ୍ ।