ସନ୍ଷ୍ଟାର ଟିଭି ବ୍ୟୁରୋ
କୋଣାର୍କ ଭିତ୍ତିଭୂମିକୁ ଆନ୍ତର୍ଜାତିକ ମାନର ବିକାଶ କରିବା ପାଇଁ ଚାଲିଛି ପ୍ରସ୍ତୁତି । ଏହାର ଐତିହ୍ୟ ଅଞ୍ଚଳର ବିକାଶ କରିବା ପାଇଁ ଚିଠା ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଚିଠା ଯୋଜନା ନେଇ ୨୧ ଦିନ ଭିତରେ ମତାମତ ଦେବାକୁ କୁହାଯାଇଛି । ଏଥିରେ ଜନସାଧାରଣ ମଧ୍ୟ ସେମାନଙ୍କ ମତାମତ ଦେଇପାରିବେ । 5ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପର କାର୍ଯ୍ୟକାରୀ ହେବ । ଏହା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଗାରିମାର ସୁରକ୍ଷା ହେବ । ଏହି ମନ୍ଦିରକୁ ଦେଖି ପର୍ଯ୍ୟଟକ ଯେପରି ଭିନ୍ନ ଭିନ୍ନ ଅନୁଭୂତି ନେଇପାରିବେ । କୋଣାର୍କ, ପୁରୀ ସହ ସମଗ୍ର ରାଜ୍ୟରେ ଅର୍ଥନୀତିର ବିକାଶ ପାଇଁ ପ୍ରକଳ୍ପ ଜାରି କରିଛନ୍ତି ସରକାର । ଏଥିସହିତ ପାରିପାର୍ଶ୍ଵିକ ବିକାଶ ଏବଂ ପ୍ରାଚୀନ ଐତିହ୍ୟକୁ ଯୋଡ଼ାଯିବ । ଏହା ଦ୍ଵାରା ସ୍ଥାନୀୟ ବ୍ୟବସାୟୀଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।
ଏହି ପ୍ରକଳ୍ପ ଅନୁସାରେ, ପର୍ଯ୍ୟଟକଙ୍କୁ ନେବା ଆଣିବା ପାଇଁ ଭୁବନେଶ୍ଵରରୁ କୋଣାର୍କ ଯାଏ ବିକାଶ ମୂଳକ କାର୍ଯ୍ୟ କରାଯିବ । କୋଣାର୍କରେ ପାର୍କିଂ ପାଇଁ ମଲ୍ଟି ମୋଡାଲ ହବ୍ ହେବା ସହ ମୁକ୍ତାକାଶ ରଙ୍ଗମଞ୍ଚର ପୁନର୍ବିନ୍ୟାସ ହେବ । ସେହିପରି, କୋଣାର୍କର ସାଢେ ୩ କିମି ବାହ୍ୟ ରିଙ୍ଗ୍ ରୋଡ୍କୁ ଛଅ ଥାକିଆ କରାଯିବ । ଏବଂ ମନ୍ଦିର ସମ୍ମୁଖର ୩୦ ଏକର ଜାଗାକୁ ଖୋଲା ରଖାଯିବା ସହ ଲ୍ୟାଣ୍ଡସ୍କେପିଂ ମଧ୍ୟ ହେବ ।