ସନ୍ଷ୍ଟାର ଟିଭି ବ୍ୟୁରୋ
ଜାତୀୟ ସ୍ତରରେ ଓଡ଼ିଆଙ୍କୁ ମିଳୁଛି ଗୁରୁ ଦାୟିତ୍ଵ। ଦେଶର ସର୍ବବୃହତ୍ତ ବୀମା କଂପାନି ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ଆସନ୍ତା ଫେବ୍ରୁୟାରୀ ୧ରୁ ସେ ଏଲଆଇସି ଏମଡି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଏବେ ସେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ଭାବେ କାର୍ଯ୍ୟ ତୁଲାଉଛନ୍ତି । ତେବେ ଫେବ୍ରୁୟାରୀ ୧ରୁ ଏମଡି ଭାବେ ଦାୟିତ୍ୱ ନେବା ସହ ୨୦୨୩ ଜୁନ୍ ୩୦ ଯାଏ ସେ ଏହି ପଦରେ ରହିବେ ।