ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀ ବିଜ୍ଞାନ ଭବନରେ ଚାଲିଥିଲା ଏହି ଆଲୋଚନା । ତେବେ ଦଶମ ପର୍ଯ୍ୟାୟ ଆଲୋଚନାରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । କମିଟି ଗଠନ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଚାଷୀ ସଂଗଠନ । କୃଷି ଆଇନକୁ ବର୍ଷେ ପାଇଁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତାବ ଦେଇଥିଲେ ମଧ୍ୟ ଚାଷୀ ସଂଗଠନ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି ।