ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକାର ଆରମ୍ଭ ହେବାକୁ ଯାଉଛି ବାଇଡେନ୍ ଯୁଗ । ଟ୍ରମ୍ପ ଶାସନର ଅବସାନ ସହିତ ବିଡେନଙ୍କ ଶପଥ ଗ୍ରହଣକୁ ଅନାଇ ବସିଛନ୍ତି ଆମେରିକାରେ ରହୁଥିବା ବିଦେଶୀ । ସେମାନଙ୍କ ଆଶା ଯେ, ଟ୍ରମ୍ପଙ୍କ ଅମଳରେ ବିଦେଶୀଙ୍କୁ ନାଗରିକତା ଦେବାରେ ଯେଉଁଭଳି କଠୋନ ନିୟମ ଥିଲା ତାକୁ ବାଇଡେନ୍ ଅଲବିଦା କହିବେ । ତେବେ ଆଶା କରାଯାଉଛି ଯେ, ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ୍ ପ୍ରଥମେ ଇମିଗ୍ରେସନ୍ ବିଲକୁ ମଞ୍ଜୁରୀ ଦେବେ । ଇମିଗ୍ରେସନ୍ ବିଲକୁ ରାଷ୍ଚ୍ରପତିଙ୍କ ମଞ୍ଜୁରୀ ମିଳିବା ଦ୍ୱାରା ଆମେରିକାରେ ରହୁଥିବା ୧ କୋଟି ୧୦ ଲକ୍ଷ ବିଦେଶୀଙ୍କ ପକ୍ଷରେ ଆମେରିକୀୟ ନାଗରିକତା ପାଇବା ସହଜ ହୋଇଯିବ । ତେବେ ଏହି ୧ କୋଟି ୧୦ ଲକ୍ଷ ବିଦେଶୀଙ୍କ ମଧ୍ୟରେ ୫ ଲକ୍ଷ ଭାରତୀୟ ରହିଛନ୍ତି ।