ସନ୍ଷ୍ଟାର ଟିଭି ବ୍ୟୁରୋ
ରାଜ୍ୟରେ ବଢିଲା ବସ୍ ଭଡା । ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୧ ପଇସା ବଢିଥିବାରୁ ପ୍ରତି କିମି ପିଛା ୭୩ରୁ ୭୪ ପଇସାକୁ ବୃଦ୍ଧି ପାଇଛି । ସେପଟେ ଅକ୍ସପ୍ରେସ ବସ୍ ଭଡ଼ା ପ୍ରତି କିମି ପିଛା ୭୬ରୁ ୭୭ ପଇସାକୁ ବୃଦ୍ଧି ପାଇଛି । ଏହା ସହ ଉଭୟ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୨ ପଇସା ବଢିଛି । ଡିଲକ୍ସ ବସ୍ ଭଡ଼ା କିମି ପିଛା ୧.୦୭ ଟଙ୍କାରି ୧.୦୯ ଟଙ୍କା ବୃଦ୍ଧି ପାଇଛି । ଏବଂ ଏସି ଡିଲକ୍ସ ବସ୍ ଭଡ଼ା ୧.୨୯ ଟଙ୍କାରୁ ୧.୩୧ ଟଙ୍କା ହୋଇଛି । ପେଟ୍ରୋଲ ଓ ଡିଜେଲ ଦର ବଢିଥିବାରୁ ବସ୍ ଭଡ଼ା ବୃଦ୍ଧି ପାଇଥିବା ସୂଚନା ଦେଇଛି ଏସ୍ଟିଏ ।