ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପୁଣି ଜଣେ କିମ୍ଵଦନ୍ତୀ ପୁରୁଷଙ୍କୁ ହରାଇଛି ଓଲିଉଡ୍ ଜଗତ । ବର୍ଷ ଆରମ୍ଭରୁ ପୁଣି ଏକ ଦୁଃଖଦ ଖବର ସ୍ତବ୍ଧ କରିଛି ଓଡିଶାବାସୀଙ୍କୁ । ଓଡିଆ ଜଗତର ଘରେ ଘରେ ପରିଚିତ ଚେହେରା ରବି ମିଶ୍ର ଆଜି ସକାଳେ ପରଲୋକ ଘଟିଛି ।ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ହୃଦଘାତରେ ପରଲୋକ ଘଟିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୪ ବର୍ଷ ହୋଇଥିଲା ।
ଓଡିଆର ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ନଜର ଆସିଛନ୍ତି ।ଓଡିଆ ଚଳଚ୍ଚିତ୍ର, ଟେଲିଭିଜନ ଧାରାବାହିକରେ ତାଙ୍କର ନିଖୁଣ ଅଭିନୟ ପାଇଁ ସେ ସବୁବେଳେ ଅମର ହୋଇ ରହିବେ ।