ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ଼: ନୟାଗଡ ନାବାଳିକା ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ନୂଆ ମୋଡ । ମୁଖ୍ୟ ଅଭିଯୁକ୍ତ ନାବାଳକ ସରୋଜ ସେଠୀର LVA ଟେଷ୍ଟ ପାଇଁ ଆବେଦନ କରିଥିଲାଏସ୍ଆଇଟି । ଯାହାର ଆଜି ଶୁଣାଣି ହେବ । ତେବେ ଜୁଭେନଇଲ ଜଷ୍ଟିସ ବୋର୍ଡରେ ମଧ୍ୟ ଅଭିଯୁକ୍ତକୁ ଉପସ୍ଥିତ କରାଇସାରିଛି ଏସ୍ଆଇଟି ଟିମ ।
ଗତ ଡ଼ିସେମ୍ବର ୨୦ ତାରିଖରେ ଏସଆଇଟି ସଂପୃକ୍ତ ନାବାଳକକୁ ଗିରଫ କରିଥିଲା ବେଳେ ୨୧ ତାରିଖରେ ନୟାଗଡ଼ ପୋକ୍ସ କୋର୍ଟ ରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଥିଲା । ପରେ ନାବାଳକ ଦର୍ଶାଇ ମାମଲା ଜୁଭେନଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଇଥିଲେ କୋର୍ଟ । ତେବେ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସରୋଜ ସେଠୀ ମନା କରିବାକୁ ଏସଆଇଟି କରିଥିବା ଆବେଦନକୁ ଖାରଜ କରିଥିଲା ଜୁଭେନାଇଲ ଜଷ୍ଟିସ ବୋର୍ଡ ।
ଏହାପରେ ଏସଆଇଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ମଧ୍ୟ ଆବେଦନ କରିଥିଲା । କିନ୍ତୁ ଏଥିରେ ମଧ୍ୟ ଅଭିଯୁକ୍ତ ଅରାଜି ହେବାରୁ ଏହାକୁ ମଧ୍ୟ ଖାରଜ କରାଯାଇଥିଲା ।ତେବେ ଏବେ LVA ଟେଷ୍ଟକୁ ନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡର ନିଷ୍ପତି ଅପେକ୍ଷାରେ ଏସ୍ଆଇଟି ଓ ଓଡିଶାର ସାଧାରଣ ଜନତା ।