ସନ୍ଷ୍ଟାର ଟିଭି ବ୍ୟୁରୋ
ଆଇପିଏଲର ଆଗାମୀ ସିଜିନ ପାଇଁ ଛୋଟ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ସହ ନିଜ କ୍ରିକେଟ୍ ଯାତ୍ରା ଶେଷ କରିଛନ୍ତି ଅଭିଜ୍ଞ ଅଫ୍ ସ୍ପିନର ହରଭଜନ ସିଂହ । ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ସେ ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହୁଛନ୍ତି । ଦଳ ସହ ତାଙ୍କର ହୋଇଥିବା ଚୁକ୍ତି ଶେଷ ହୋଇଛି । ସେ ଯେତିକି ଦିନ ସିଏସକେ ସହ ରହିଲେ ତାହା ତାଙ୍କ ପାଇଁ ବହୁତ ଭଲ ଅନୁଭୂତି ଥିଲା । ଏହାକୁ ସେ ସବୁଦିନ ପାଇଁ ମନେରଖିବେ ବୋଲି ହରଭଜନ ଟ୍ୱିଟ୍ କରି ଲେଖିଛନ୍ତି ।