ସନ୍ଷ୍ଟାର ଟିଭି ବ୍ୟୁରୋ
ପୁଣି ଥରେ ରାଜଧାନୀରୁ ଅପମିଶ୍ରିତ ସାମଗ୍ରୀ ଠାବ କରାଯାଇଛି । ପୂର୍ବରୁ ନକଲି ଘିଅ, ହଳଦୀ, ଚା’ ପତି, ଜର୍ଦ୍ଦା, ସର୍ଫ ଓ ସସ୍ ଭଳି ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ଠାବ ହୋଇଥିବା ବେଳେ ଏଥର ପାହାଳ ଅଞ୍ଚଳରୁ ନକଲି ସସ୍ ଓ ନକଲି ଆଚାର କମ୍ପାନି ଠାବ କରାଯାଇଛି । ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ମିଶାଇ ପ୍ରସ୍ତୁତ କରାଯାଉଥିଲା ଏହି ଆଚାର । ଏହି ନକଲି ଆଚାର କାରଖାନା ଉପରେ ପୁଲିସର ସ୍ପେଶାଲ ସ୍କ୍ଵାଡ୍ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢାଉ କରାଯାଇଛି । ବାର ବାର ରାଜ୍ୟରେ ନକଲି ସାମଗ୍ରୀ ଧରା ପଡୁଥିବାରୁ ଏବେ ଏହା ଏକ ଚିନ୍ତାର ବିଷୟ ପାଲଟିଛି ।