ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର : ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ଗୁଳିକରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମରେ ଆଜି ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ଗାଁ ଛକରେ ଚା’ ପିଉଥିବାବେଳେ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ(୫୨) ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ୩ ଜଣ ଦୁର୍ବୃତ୍ତ ।
ମିଳିଥିବା ସୂଚନା ଅନୁସାରେ ଶ୍ରୀ ସାହୁ ଆଜି ସକାଳ ସାଢେ ୮ଟା ବେଳେ ସୁମଣ୍ଡଳପୁର ଗାଁ ଛକରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିବାବେଳେ ୩ ଜଣ ଦୁର୍ବୃତ୍ତ ଗାଡ଼ିରେ ଆସି ତାଙ୍କ ଉପରକୁ ହଠାତ୍ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା କରାଯାଇଥିବା ସଂଦେହ କରାଯାଉଛି ।ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।