ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ଵାସିଂଟନ: କାର୍ଯ୍ୟକାଳର ଶେଷ ଦିନରେ ନିଜର ହାର ମାନିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଥମ ଥର ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ପୂର୍ବରୁ ଟ୍ରମ୍ପ୍ ବ୍ୟକ୍ତିଗତ ଭାବେ ବାଇଡେନ୍ଙ୍କୁ ନିର୍ବାଚନରେ ବିଜୟ ନିମନ୍ତେ କେବେବି ଅଭିନନ୍ଦନ ଜଣାଇ ନାହାନ୍ତି କି, ଓଭାଲ୍ ଅଫିସ୍ରେ ପ୍ରଚଳିତ ପାରମ୍ପରିକ ଚା ପାନ ନିମନ୍ତେ ନିମନ୍ତ୍ରିତ ମଧ୍ୟ କରିନାହାନ୍ତି ।
ନିଜର ବିଦାୟକାଳୀନ ସଭାରେ ଯୋଗ ଦେଇ ଡୋନାଲ୍ଡ ଟ୍ରମ୍ପ ଅନେକ ବର୍ଷ ପରେ କୌଣସି ନୂଆ ଯୁଦ୍ଧ ଆରମ୍ଭ ନ କରି କାର୍ଯ୍ୟକାଳ ପୂରଣ କରିଥିବା ପ୍ରଥମ ରାଷ୍ଟ୍ରପତି ଭାବେ ସେ ଗର୍ବିତ ବୋଲି ମଙ୍ଗଳବାର ଦିନ କହିଛନ୍ତି । ଖୁବ୍ ଶୀଘ୍ର ପ୍ରସାରଣ ହେବାକୁ ଥିବା ତାଙ୍କର ଏହି ସମ୍ଭାଷଣରୁ ଉଦ୍ଧୃତି କରି ହ୍ଵାଇଟ୍ ହାଉସ୍ କହିଛି ଯେ, ଟ୍ରମ୍ପ୍ କହିଛନ୍ତି, ଦଶନ୍ଧି ଦଶନ୍ଧି ପରେ କୌଣସି ନୂଆ ଯୁଦ୍ଧ ଆରମ୍ଭ କରି ନ ଥିବା ପ୍ରଥମ ରାଷ୍ଟ୍ରପତି ଭାବେ ମୁଁ ବିଶେଷ ଭାବେ ଗୌରବାନ୍ଵିତ ।