ସନ୍ଷ୍ଟାର ଟିଭି ବ୍ୟୁରୋ
ସାଙ୍ଘାଇ: ଅକ୍ଟୋବରରୁ ନିଖୋଜ ଥିବା ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମାଙ୍କ ମିଳିଛି ସନ୍ଧାନ । ଏକ ଅନ୍ଲାଇନ୍ ବୈଠକରେ ତାଙ୍କୁ ଦେଖିବାକୁ ମିଳିଛି । ଚୀନ୍ର ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ କନ୍ଫେରସିଙ୍ଗ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି । ଅକ୍ଟୋବର ଠାରୁ ଜ୍ୟାକ୍ ମାଙ୍କର ସର୍ବସାଧାରଣରେ ଦେଖାଯାଉ ନ ଥିଲେ । ଜଣେ ବିଚାରକ ଭାବେ ଆସୁଥିବା ଏକ ଟିଭି ସୋ’ର ଚୂଡ଼ାନ୍ତ ଅଧ୍ୟାୟରେ ମଧ୍ୟ ସେ ଅନୁପସ୍ଥିତ ଥିଲେ । ତେଣୁ ତାଙ୍କ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାର କଥା ଉଠିଥିଲା । ତାଙ୍କ ପ୍ରସାରିତ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚୀନ୍ ସରକାର କଟକଣା ଜାରି କରିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା । ତାଙ୍କ ନିଖୋଜରେ ଚୀନ ସରକାରଙ୍କ ହାତ ରହିଛି ବୋଲି କଥା ଉଠିଥିଲା ।