ସନ୍ଷ୍ଟାର ଟିଭି ବ୍ୟୁରୋ
ରାଜ୍ୟର ମାଧ୍ୟମିକ ସ୍କୁଲ ତଥା ହାଇସ୍କୁଲରେ ପଢାଉଥିବା ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି। ଯେଉଁମାନେ ବିଦ୍ୟାଳୟରେ ନିଯୁକ୍ତି ହେବାର ୬ବର୍ଷ ପୂରଣ କରିଛନ୍ତି ସେମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା। ତେବେ ରାଜ୍ୟ ସରକାର ବଡ଼ ପଦକ୍ଷେପ ରୂପ ସେମାନଙ୍କୁ ନିୟମିତ କରିଛନ୍ତି।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୬ ବର୍ଷ ପୂରଣ କରିଥିବାରୁ ୩୮୮୪ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିୟମିତ ହୋଇଛନ୍ତି। ଏବଂ ହାଇସ୍କୁଲରେ ଖାଲି ଥିବା ଶିକ୍ଷକ ପଦ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ଅର୍ଥ ବିଭାଗରୁ ଅନୁମତି ମିଳିଥିବାରୁ ୪୮୦୦ ହିନ୍ଦୀ, ସଂସ୍କୃତ, ପିଇଟି ଶିକ୍ଷକ ପଦ ସୃଷ୍ଟି କରାଯିବ।