ସନ୍ଷ୍ଟାର ଟିଭି ବ୍ୟୁରୋ
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ବିକଶିତ କୋଭିଡ୍ ଟିକାକୁ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ କୋଭିସିଲ୍ଡ ନାମରେ ପ୍ରସ୍ତୁତ କରୁଛି। ଏହି ଟିକା ସମ୍ପ୍ରତି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇ ଦେଶର ପ୍ରଥମ ଦଫା ଟିକାକରଣରେ ସାମିଲ ହୋଇସାରିଥିବା ବେଳେ ଏହାର ଅନ୍ତର୍ଜାତୀୟ ବ୍ୟବହାର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସବୁଜ ସଂକେତ ଦେଇପାରେ ବୋଲି ଜଣାଯାଇଛି। ଏଥିପାଇଁ ‘ହୁ’ ପକ୍ଷରୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଠାରୁ କୋଭିସିଲ୍ଡର ଦୈନିକ ପରୀକ୍ଷଣ ବେଳର ଯାବତୀୟ ଫଳାଫଳ ତଥ୍ୟ ଲୋଡ଼ାଯାଇଛି ବୋଲି ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି।
ଫାଇଜର ଓ ବାୟୋଏନ୍ଟେକ୍ କମ୍ପାନି ଦ୍ବାରା ବିକଶିତ କୋଭିଡ୍ ଟିକାର ଅନ୍ତର୍ଜାତୀୟ ବ୍ୟବହାର ପାଇଁ ଗତ ୩୧ ତାରିଖରେ ‘ହୁ’ ଆବଶ୍ୟକ ଅନୁମତି ପ୍ରଦାନ କରିଛି।