ସନ୍ଷ୍ଟାର ଟିଭି ବ୍ୟୁରୋ
ମାଲାପୁରମ୍ ଜିଲ୍ଲାର ପାଣ୍ଡିକ୍କାଡ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇଛନ୍ତି ୪୪ ଜଣ ଅଭିଯୁକ୍ତ। ସଂପ୍ରତି ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ ପୁଲିସ୍ ୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୩୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ପାଣ୍ଡିକ୍କାଡ ପୁଲିସ କହିଛି। ମାଲାପୁରମର ଡେପୁଟି ପୁଲିସ୍ ଅଧୀକ୍ଷକ ପିପି ଶ୍ୟାମ କହିଛନ୍ତି ଯେ ପୀଡିତା ଜଣକ ୨୦୧୬ରେ ୧୩ ବର୍ଷ ବୟସର ହୋଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇ ଆସୁଥିଲେ।