ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପରାକ୍ରମୀ ବୀର ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସକୁ ଏବେ ସରକାର ନାମ ଦେଇଛନ୍ତି । ଏଣିକି ପ୍ରତିବର୍ଷ ଜାନୁଆରି ୨୩ ତାରିଖକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବ ଦେଶ ।ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି।
କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ନେତାଜୀଙ୍କ ନିସ୍ଵାର୍ଥପର ଦେଶ ସେବାକୁ ସମ୍ମାନ ଓ ସ୍ମରଣ କରିବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ଦେଶ ‘ପରାକ୍ରମ ଦିବସ’ ଭାବେ ପାଳନ କରିବ।
Government of India has decided to celebrate the birthday of Netaji Subhash Chandra Bose, on 23rd January, as ‘Parakram Diwas’ every year: Ministry of Culture pic.twitter.com/Cg0P8gjyFt
— ANI (@ANI) January 19, 2021
ତେବେ ଏହି ବର୍ଷ ସୁବାଷ ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ତାଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କଲେ ନେତାଜୀଙ୍କ ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ତାର ସହ ଦେଶ ପାଇଁ କାମ କରିବାକୁ ଯୁବଗୋଷ୍ଠୀ ଉତ୍ସାହିତ ହେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି।