ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର:ସାଇନ୍ ଗ୍ରୁପ ପକ୍ଷରୁ ଆଜି ଉନ୍ଚୋଚିତ ହୋଇଛି ‘ସାଇନିଂ କ୍ୟାଲେଣ୍ଡର ୨୦୨୧’ । ଭୁବନେଶ୍ଵର ପଦ୍ମଜା ହୋଟେଲରେ ଏହି ଉଦ୍ଘାଟନ ସମାରୋହ ଆୟୋଜନ କରାଯାଇଥିଲା । ତେବେ ମୁଖ୍ୟ ଅତିଥି ଭାବେ କିସ ଓ କିମ୍ସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ସମ୍ମାନିତ ଅତିଥି ଭାବେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ ଏହି ଉଦ୍ଘାଟନ ସମାରୋହରେ ଯୋଗ ଦେଇ ‘ସାଇନିଂ କ୍ୟାଲେଣ୍ଡର ୨୦୨୧’ ଉନ୍ମୋଚନ କରିଥିଲେ । ଓଲିଉଡ ଜଗତର ବହୁ ନାମୀଦାମୀ କଳାକାର ଲିପ୍ସା ମିଶ୍ର, ଗୁଡୁ, ସମ୍ଵିତ ମିଶ୍ର, ରାକେଶ ସାମଲ ଜାଗୃତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟର ସଂସ୍କୃତି, କଳା, ପର୍ଯ୍ୟଟନ ଓ ଐତିହାସିକ ସ୍ଥାନର ପ୍ରଚାର ଓ ପ୍ରସାର ପାଇଁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବା ସହିତ ନବାଗତା ମଡେଲମାନଙ୍କୁ ନେଇ କ୍ୟାଲେଣ୍ଡର ଫଟୋଗ୍ରାଫି ପ୍ରସ୍ତୁତ ହୋଇଛି ବୋଲି କହିଥିଲେ ସାଇନିଂ ଗ୍ରୁପର କର୍ତ୍ତୁପକ୍ଷ ।ତେବେ ଏହି ସଭାରେ ନବାଗତ ମଡେଲମାନଙ୍କୁ ଏହି ସମ୍ମାନିତ କରାଯାଇଥିଲା । ସମସ୍ତ କୋଭିଡ କଟକଣା ମଧ୍ୟରେ ଏହି ସଭାକୁ ଆୟୋଜନ କରାଯାଇଥିଲା ।