ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକା: ଆମେରିକାରେ ଆରମ୍ଭ ହେବାକୁ ଯାଉଛି ବିଡେନଙ୍କ ଯୁଗ । ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଜୋ ବିଡେନ୍ । ଶପଥଗ୍ରହଣ ଉତ୍ସବକୁ ଗୋଟିଏ ଦିନ ବାକିଥିବା ବେଳେ କିଛିଦିନ ତଳର ହିଂସାକାଣ୍ଡକୁ ଲକ୍ଷ୍ୟ କରାଯାଇ ଓ୍ୱାସିଂଟନ ଡିସି ଓ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଡିସିର କ୍ୟାପିଟୋଲ ବିଲ୍ଡିଂକୁ ବନ୍ଦ କରି ଦିଆଯାଇଛି । ସୁରକ୍ଷା ପାଇଁ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଛାଡ଼ି ପାରନ୍ତି ବୋଲି କୁହାଯାଉଛି। ପୂର୍ବରୁ ଟ୍ରମ୍ପ ମିଲିଟାରୀ ଷ୍ଟାଇଲରେ ବିଦାୟୀ ସମାରୋହ ପାଇଁ ଦାବି କରିଥିଲେ। ହେଲେ ପେଣ୍ଟାଗନ୍ ଏ ନେଇ ମନା କରିଦେଇଥିଲା।
ସୂଚନା ଅନୁସାରେ ଏଥର ବିଡେନଙ୍କ ସରକାରରେ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ମିଳିଛି । ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଥିବା ରହିଛନ୍ତି। ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ ମଧ୍ୟ ନିର୍ବାଚନ ଜିତିଥିଲେ। ଏଥିସହ ଜୋ ବିଡେନଙ୍କ ପତ୍ନୀ ଜିଲ୍ ବିଡେନଙ୍କ ନୀତି ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ- ଆମେରିକୀୟଙ୍କୁ ନିଯୁକ୍ତି ମିଳିଛି।