ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର :ଭୁବନେଶ୍ଵର ଗସ୍ତରେ ନୂତନ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଲେଫ୍ଟନାଣ୍ଡ ଜେନେରାଲ । ତେବେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି ଚଣ୍ଡୀ ପ୍ରସାଦ ମହାନ୍ତି । ତେବେ ଆସନ୍ତା କାଲି ସୈନିକ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ୧୨୦ତମ ବାଟାଲିୟନର ପୂର୍ବତନ ସୈନିକମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଗତକାଲି ଓଡିଆ ସେନା ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ମିଳିଥିଲା ବଡ ଦାୟିତ୍ଵ । ଜାନୁଆରୀ ୩୧ପରେ ଭାରତୀୟ ସେନାର ଭାଇସ୍ ଚିଫ୍ ଦାୟିତ୍ଵ ନେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଏବେ ସଦର୍ଣ୍ଣ କମାଣ୍ଡ୍ର କମାଣ୍ଡର ଅଛନ୍ତି Lt Gen ଚଣ୍ଡିପ୍ରସାଦ ମହାନ୍ତି। ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଆସାମରେ ଚାଲିଥିବା ‘ଅପରେସନ୍ ଅଲ୍ କ୍ଲିୟରର’ ମୁଖ୍ୟ ଥିବା ସହିତ ଆସାମକୁ ଉଲ୍ଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠା କରିଥିଲେ ଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି । ସେ ଚୀନ, ଦକ୍ଷୀଣ ଏସିଆ ଓ ଉତ୍ତର –ପୂର୍ବ ଦେଶ ଉପରେ ମଧ୍ୟ ଗବେଷଣା କରିଛନ୍ତି ।