ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରିସବେନ: ଭାରତର ଯୁବ କ୍ରିକେଟର କଲେ କମାଲ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମର ଭାର ସମ୍ଭାଳୀ ଇତିହାସ ରଚିଲେ ଆଜିଙ୍କ୍ୟ ରାହାଣେ । ବ୍ରିସବେନରେ ଅନୁଷ୍ଠିତ ୪ର୍ଥ ଟେଷ୍ଟ ମ୍ୟାଚକୁ ଜିତିବା ସହ ସିରିଜ ହାତେଇଛନ୍ତି ଟିମ ଇଣ୍ଡିଆ । ୩୨୮ରନ ଲକ୍ଷ୍ୟରେ ଅତି ସହଜରେ ହାସଲ କରିଛି ଭାରତ । ଏଥି ସହିତ ପଡିଆର ୭୦ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିବାରେ ସକ୍ଷମ ହୋଇଛି । ୭୦ ବର୍ଷ ପୂର୍ବରୁ ଏହି ପଡିଆରେ ଓ୍ଵେଷ୍ଟଇଣ୍ଡିଜ ସର୍ବାଧିକ ରନର ପିଛା କରି ବିଜୟ ଲାଭ କରିଥିଲା ।୧୯୫୧ରେ ଓ୍ଵେଷ୍ଟଇଣ୍ଡିଜ ୨୩୬ ରନର ପିଛା କରି ବିଜୟ ଲାଭ କରିଥିଲା । ତେବେ ଭାରତ ୩୨୮ ରନ୍ କରି ଏହି ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛି ।
ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷ ବିଜୟ ରେକର୍ଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଗତ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଗାବା ଗ୍ରାଉଣ୍ଡରେ ଗୋଟିଏ ମଧ୍ୟ ଟେଷ୍ଟ୍ ମ୍ୟାଚ୍ ହାରି ନଥିଲା ।
ଅନ୍ୟପଟେ ଶୁଭମନ ଗିଲ୍ ଚମତ୍କାର ପ୍ରଦର୍ଶନ ସହ ୯୧ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । କିନ୍ତୁ ରୋହିତ ଶର୍ମାଙ୍କଠାରୁ ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ । ଦ୍ୱିତୀୟ ଇନିଂସ୍ରେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ । ଆଜି ସେ ଆଉ ୩ ରନ୍ କରିବାକୁ ସମର୍ଥ ହୋଇଥିଲେ । ଏଥିବ୍ୟତୀତ କ୍ୟାପ୍ଟେନ ଅଜିଙ୍କ୍ୟ ରାହାଣେ ୨୪, ଚେତେଶ୍ୱର ପୂଜାରା ୫୬, ମୟଙ୍କ ଅଗ୍ରୱାଲ୍ ୯ ରନ୍, ୱାଶିଂଟନ୍ ସୁନ୍ଦର ୨୯, ଶାର୍ଦୁଳ ଠାକୁର ୨ ରନ୍ କରି ଆଉଟ ହୋଇଥିଲେ । ପ୍ୟାଟ୍ କମିନ୍ସ ୫ଟି ୱିକେ୍ଟ୍ ନେଇଥିବାବେଳେ ନାଥନ ଲିଓନ୍ ୨ଟି ୱିକେଟ ହାସଲ କରିଛନ୍ତି ।
ତେବେ ମ୍ୟାଚ ଜିତିବା ପରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
We are all overjoyed at the success of the Indian Cricket Team in Australia. Their remarkable energy and passion was visible throughout. So was their stellar intent, remarkable grit and determination. Congratulations to the team! Best wishes for your future endeavours.
— Narendra Modi (@narendramodi) January 19, 2021