ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣ ହେବାକୁ ଯାଉଛି ଦ୍ୱିତୀୟ ଫୁଟ ଓଭର ବ୍ରିଜ ।୧୬ନମ୍ବର ଜାତୀୟ ରାଜପଥ ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ଏହି ଫୁଟ ଓଭର ବ୍ରିଜ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦରେ ଏହା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ୧ କିଲୋମିଟର ୩୦୦ମିଟର ଲମ୍ବା ହେବ ଫୁଟ ଓଭର ବ୍ରିଜ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ ଏନେଇ ଆସିଛି ଚିଠି ଆସିଥିବା ସୂଚନା ମିଳିଛି ।
ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଆସୁଥିଲା । ଏହାଦ୍ୱାରା ଦୀର୍ଘଦିନର ଯାତାୟାତ ସମ୍ପର୍କିତ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି ।