ସନ୍ଷ୍ଟାର ଟିଭି ବ୍ୟୁରୋ
ତ୍ୱଚାର ଚମକ ପାଇଁ ବିଶେଷ କରି ଯୁବତୀ ଓ ମହିଳାମାନେ ଦାମୀ କସମେଟିକ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ତ୍ୱଚାର ଚମକ ପାଇଁ ଏପରି ଏକ ସାଧାରଣ ଓ ସହଜ ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ତ୍ୱଚା ସୁନ୍ଦର, କୋମଳ ଓ ଏହାର ଚମକ ମଧ୍ୟ ବୃଦ୍ଧି ପାଇଥାଏ।
- କଦଳୀକୁ ଚକଟି କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
- ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
- ଏକ ଅଣ୍ଡା, ୨ ଚାମଚ ସୋୟାବିନ ଗୁଣ୍ଡ, ୨ ଚାମଚ ମହୁ , ୧ ଚାମଚ କ୍ଷୀର ସରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଶୀତ ଦିନେ ଏହା ମୁହଁ ପାଇଁ ଆଶୀର୍ବାଦ ଠାରୁ କମ ନୁହେଁ।
- ଆପଣ ଟମାଟୋକୁ ଅନେକ ବ୍ୟଞ୍ଜନରେ ବ୍ୟବହାର କରି ଖାଇ ଥାଆନ୍ତି। ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହା ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ସହାୟକ ହୋଇଥାଏ। ସନବର୍ଣ୍ଣ ପାଇଁ ମଧ୍ୟ ଏହା ରାମବାଣ। ଘରେ ତ୍ୱଚା ପାଇଁ ଏପରି କରନ୍ତୁ ଟମାଟୋର ବ୍ୟବହାର-
– ଟମାଟୋ ରସରେ ଅଳ୍ପ କିଛି କ୍ଷୀର ମିଶାଇ ଏହାକୁ ତୁଳା ସାହାଯ୍ୟରେ ମୁହଁରେ ଓ ବେକରେ ଲଗାନ୍ତୁ। କିଛି ସମୟ ରଖିବା ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ।
– ଫାଳେ ଟମାଟୋରେ ଅଳ୍ପ କିଛି ଚିନି ପକାଇ ଏହାକୁ ମୁହଁରେ ଧିରେ ଧିରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।
– ତ୍ୱଚାକୁ ଷ୍ଟିମିଙ୍ଗ ଦିଅନ୍ତୁ। ଏକ ପାତ୍ରରେ ଉଷୁମ ପାଣି ଆଣି ନିଜ ମୁହଁରେ ତଉଲିଆରେ ଘୋଡ଼ାଇ ୫ ରୁ ୭ ମିନିଟ ଷ୍ଟିମିଙ୍ଗ ବା ବାମ୍ଫ ନିଅନ୍ତୁ।
– ଶେଷରେ ଟମାଟୋ ରସରେ ଚନ୍ଦନ ଗୁଣ୍ଡ, ମହୁ ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ।୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ନିଜେ ବ୍ୟବହାର କରୁଥିବା କିଛି ମଶ୍ଚୁରାଇଜର ଲଗାନ୍ତୁ।