ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶାରେ ପହଞ୍ଚିଛି କରୋନାର ଦ୍ଵତୀୟ ପର୍ଯ୍ୟାୟ ଟିକା । ପୁନେ ସେରମ ଇନ୍ଷ୍ଟିଚ୍ୟୁଟ ଆସିଲା କୋଭାକ୍ସିନ । ପୁନେ ବିମାନ ବନ୍ଦରରୁ ରୁ ସ୍ପାଇସ୍ ଜେଟ ବିମାନରେ ଜରିଆରେ ଭୁବନେଶ୍ଵରକୁ ଆସିଛି ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକା । ତେବେ ଏହି ପର୍ଯ୍ୟାୟରେ ୩ଲକ୍ଷ ୩୪ ହଜାର ୫୦୦ ଡୋଜ ଟିକା ଆସିଥିବା ସୂଚନା ମିଳିଛି । ପୋଲିସ ସୁରକ୍ଷା ମଧ୍ୟରେ ଶୀତଳ ଭଣ୍ଡାରକୁ ନିଆଯାଇଛି । ୩ ଦିନ ପରେ ଏହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ।
ତେବେ ଜାନୁୟାରୀ ୧୨ ତାରିଖରେ କରୋନାର ପ୍ରଥମ ପର୍ଯ୍ୟାୟ ଟିକା ଓଡିଶାକୁ ଆସିଥିଲା । ପ୍ରାୟ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ୧୬ ତାରିଖରେ ସାରା ଦେଶରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।